ମାଆ ବନିଗଲେ ଶାଶୁ
ମାଆ ବନିଗଲେ ଶାଶୁ ନିଜ ଝିଅ କାଳି କୋତିରି ହେଲେ ବି ବୋହୁ ଦରକାର ଗୋରୀ, ଜ୍ଵାଇଁ କରିଥିବ ଗମେଣ୍ଟ ଚାକିରୀ ନିଜ ପୁଅ କରୁ ଚୋରୀ ! ନିଜ ଝିଅ ଯାଇ ଶାଶୁ ଘରେ ରହି ହେଉ ପଛେ ମାଲିକାଣି , ବୋହୁ କିନ୍ତୁ ମୋର ଖଟି ଖଟି ମରୁ ହୋଇ ସିଏ ଚାକରାଣୀ ! ମାଆ ଚାହେଁ ସଦା ନିଜ ଝିଅ ତାର ଶାଶୁ ଘରେ ଥାଇ ହସୁ , ବୋହୁ ଦୁଃଖ କିନ୍ତୁ ଦେଖା ଯାଏ ନାହିଁ ମାଆ ବନିଗଲେ ଶାଶୁ !