ନାରୀ ପଣକିଆ ଦୁଇ କେ ଦୁଇ, eduodialifejkc.blogspot.com ମୋ ସ୍ତ୍ରୀ ପରି କେହି ନାହିଁ | ଦୁଇ ଦୁଗୁଣେ ଚାରି, ସେ ବହୁତ ସୁନ୍ଦରୀ | ଦୁଇ ତିରିକି ଛ.., ଭଲ ଲାଗେନି ନଦେଖିଲେ ତା ମୁଁହ | ଦୁଇ ଚଉକୁ ଆଠ, ପଢାଏ ସେ ପ୍ରେମ ପାଠ | ଦୁଇ ପାଞ୍ଚ ଦଶ , କେତେ ସୁନ୍ଦର ତା ଘନକେଶ || eduodialifejkc.blogspot.com ଦୁଇ ସୋହକ ବାଆର, ଲାଗେ ଅପସରି ସରଗର | ଦୁଇ ସତା ଚଉଦ, ରୋଷେଇ ତା ଭାରି ସୁଆଦ | ଦୁଇ ଅଷ୍ଟା ଷୋହଳ, ତା ବିନା ଘର ଗୁହାଳ | ଦୁଇ ନୂଆ ଅଠର, ତୁଳନା ନାହିଁ ତା ରୂପର | eduodialifejkc.blogspot.com ଦୁଇ ଦଶା କୋଡିଏ, ପ୍ରେମ ପକ୍ଷୀ ଆମେ ଯୋଡିଏ || eduodialifejkc.blogspot.com
Comments
Post a Comment