ନିଷ୍ଠୁର

ନିଷ୍ଠୁର 

ଦର୍ପଣ ରଖିଲି, ପଥର ଆଗରେ,

        ସତ କହିଦେଲି, ନିଷ୍ଠୁର ଆଗରେ |

ଖୋଲିଗଲା ସବୁ, ଅପ୍ରିୟ ରହସ୍ୟ, 

       ଦୀପ ରଖିଦେଲି, ଅନ୍ଧାର ଆଗରେ |

ପଶ୍ଚାତାପ ଲୁହ, ଧୋଇଦିଏ ପାପ,                eduodialifejkc.blogspot.com

       ସଂଖେ ରଖିଦେଖ ,ସମୁଦ୍ର ଆଗରେ |

ସଂଭ୍ରାନ୍ତ ମାଗୁଛି, ଭିତରକୁ ଯାଇ,

        ଦରିଦ୍ର ମସଜିଦ, ମନ୍ଦିର ଆଗରେ |

ଶ୍ରଦ୍ଧାର ଫୁଲାକି, କରିବେ ସ୍ୱୀକାର ?

        ଇଶ୍ୱର ବି ଧନ, ପ୍ରଚୁର ଆଗରେ |

ସମ୍ବର୍ଦ୍ଧନା କିଣି, ପ୍ରତିଭାକୁ ଠାଣି,

        କାଉ ନାଚିବ କି, ମୟୁର ଆଗରେ |

ଧର୍ମ, ଜାତି, ଶ୍ରଦ୍ଧା ଅବା ଭକ୍ତି ଭାବ,

       ସବୁ ତୁଚ୍ଛା ଖାଲି, ଉଦର ଆଗରେ |

ମଣିଷକୁ ଘୃଣା, କରିବା କି ଧର୍ମ ?                eduodialifejkc.blogspot.com

        ପ୍ରଶ୍ନ ରଖୁଛି ମୁଁ, ଈଶ୍ୱର ଆଗରେ |

'ଇନାୟତ ' ପ୍ରତି, କ୍ଷଣ ଜୀବନର,

      ରଖିଦେଇ ଯିବି, ସଂସାର ଆଗରେ |  

                                                             eduodialifejkc.blogspot.com

Comments

Popular posts from this blog

ଲିଙ୍ଗରାଜ ମନ୍ଦିର ବିଷୟରେ ଧାରଣା (about lingaraj temple )

ଶୀତଦିନେ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ?

BENEFITS OF PUDINA

BENEFITS OF TULSI

ମଟର ପଲୋଉ ବନେଇବାର ପ୍ରଣାଳୀ

ଗୋଟା ବାଇଗଣ ଭଜା

EDUODIA LIFE QUOTES

benefits of cloves (ଲବଙ୍ଗର ଉପକାର)

ଫୁଲକୋବି ଚିଲି ଭଜା କିପରି ବନେଇବେ?

ମୁଣ୍ଡରେ ରୁପି ଅଧିକ ହେଲେ କଣ କରିବେ ?